CRISPY SCOTCH EGGS RECIPE

Spread the love

CRISPY SCOTCH EGGS RECIPE

Indian Scotch Egg Recipe with Step by Step Pictures. This is a delicious appetizer recipe which taste amazing hot or cold

  • 250 gram ଛୋଟ ଛୋଟ କିମା ହୋଇଥିବା ଖାସିମାଂସ
  • 4 Nos ଅଣ୍ଡା
  • 3 tbsp ବହୁତ ଛୋଟ ଛୋଟକଟା ପିଆଜ
  • 3 Nos ଛୋଟ ଛୋଟ କଟା କଞ୍ଚା ଲଙ୍କା
  • 3 tbsp ଛୋଟ ଛୋଟ କଟା ଧନିଆ ପତ୍ର
  • 1 tsp ଗରମ ମସଲା ଗୁଣ୍ଡ
  • 1 tsp ଜିରା ଗୁଣ୍ଡ
  • ସ୍ୱାଦ ଅନୁସାରେ ଲୁଣ
  • 1/2 tsp ଅଦା ରସୁଣ ବଟା
  • 2 tbsp ବ୍ରେଡ ଗୁଣ୍ଡ
  • 1/2 cup କର୍ଣଫ୍ଲୋର  କିମ୍ବା ମଇଦା
  • ସୂର୍ଯ୍ୟମୁଖି ତେଲ (ଛାଣିବା ପାଇଁ)
  1. ଅଣ୍ଡା କୁ 4 ମିନିଟ ପର୍ଯ୍ୟନ୍ତ ସିଝାନ୍ତୁ ଯେପରି ଅଧାରୁ ଟିକେ ଅଧିକ ସିଝିବ, ଗ୍ୟାସରୁ କାଢି 5 ମିନିଟ ବାହାରେ ରଖି ଦିଅନ୍ତୁ ଏବଂ ପାତ୍ର ରୁ ଗରମ ପାଣି କୁ ଢାଳି ଦେଇ ଥଣ୍ଡା ପାଣି ପୁରେଇ ଦିଅନ୍ତୁ,ଏହାଦ୍ୱାରା ଅଣ୍ଡା ଖୋଳପା ସହଜରେ ଛାଡି ଯାଇଥାଏ. ଏହାପରେ ଅଣ୍ଡା ଖୋଳପା ଛଡାଇ ଦେଇ ଗୋଟେ ପାତ୍ର ରେ ରଖନ୍ତୁ

  2. ମାଂସ କିମା, କଟା ପିଆଜ, କଟାଲଙ୍କା, କଟାଧନିଆ ପତ୍ର, ଲୁଣ, ଗରମ ମସଲା ଗୁଣ୍ଡ, ଜିରା ଗୁଣ୍ଡ, ଅଦା ରସୁଣ ବଟା, ଚାମଚ ବ୍ରେଡ ଗୁଣ୍ଡ କୁ ଭଲ ଭାବେ ମିଶାଇ ଦିଅନ୍ତୁ

  3. ଗୋଟେ ପ୍ଲାଷ୍ଟିକ କିମ୍ବା ଜରିର sheet ନିଅନ୍ତୁ ଓ ମସଲା ମାଂସର କିଛି ଭାଗ ନେଇ ଏହା ଉପରେ ରଖି ଚାପି ଦେଇ ଚଉଡା ଆକାରର କରି ଦିଅନ୍ତୁ . ଏହା ଉପରେ ଏକ ସିଝା ଅଣ୍ଡା ରଖି ଦିଅନ୍ତୁ ଓ ପ୍ଲାଷ୍ଟିକ sheet ତଳୁ ଧରି ଏହି ମସଲା ମାଂସ କୁ ଚାପି ଅଣ୍ଡା ର ସବୁ ଆଡକୁ କରି ଦିଅନ୍ତୁ ଯେପରି ସବୁଆଡେ ସମାନ ଭାଗ ରେ ଲାଗିବ. ପ୍ଲାଷ୍ଟିକ sheet କୁ ଅଲଗା କରି ନେଇ ଏହାକୁ ଏକ ପାତ୍ର ରେ ରଖନ୍ତୁ. ଏହିପରି ଅନ୍ୟ ସମସ୍ତ ଅଣ୍ଡା ରେ କରି ନେଇ ଗୋଟେ ପାତ୍ର ରେ ରଖନ୍ତୁ

  4. 15 ମିନିଟ ପର୍ଯ୍ୟନ୍ତ ଏହାକୁ ଫ୍ରିଜ଼ ରେ ଥଣ୍ଡା କରିବାକୁ ରଖି ଦିଅନ୍ତୁ

  5. ଗୋଟେ ପାତ୍ର ରେ କିଛି କର୍ଣ ଫ୍ଲୋର କିମ୍ବା ମଇଦା ନେଇ ଅଳ୍ପ ପାଣି ଦେଇ ପେଷ୍ଟ କରିରଖନ୍ତୁ ଓ ଅନ୍ୟ ଏକ ପାତ୍ର ରେ କିଛି ବ୍ରେଡ ଗୁଣ୍ଡ ରଖନ୍ତୁ

  6. ଫ୍ରିଜ ରୁ ଅଣ୍ଡା ଗୁଡିକ କାଢି ନେଇ ଗୋଟେ ପରେ ଗୋଟେ କର୍ଣଫ୍ଲୋର ପେଷ୍ଟ ରେ ବୁଡାଇ ବ୍ରେଡ ଗୁଣ୍ଡରେ ଗଡାନ୍ତୁ ଯେପରି ବ୍ରେଡ ଗୁଣ୍ଡ ସବୁଆଡେ ସମାନ ଭାବେ ଲାଗିବ

  7. ଏହାପରେ ପୁନର୍ବାର ଏହାକୁ  15 ମିନିଟ ଫ୍ରିଜରେ ରଖି ଥଣ୍ଡା କରନ୍ତୁ

  8. ବର୍ତମାନ ଗୋଟେ ପାତ୍ର ରେ ତେଲ ଗରମ କରି ଏହାକୁ ଏପଟ ସେପଟ କରି ଭଲ ଭାବେ ଛାଣନ୍ତୁ. Golden ରଙ୍ଗ ଆସିଗଲେ ଏହାକୁ କାଢି ଗୋଟେ ପାତ୍ର ରେ କାଢି ସର୍ଭ କରନ୍ତୁ

Open chat
1
How can I help you?